ଅନୁଗୁଳ: ସ୍ଥାନୀୟ କୁମଣ୍ଡ ପଞ୍ଚାୟତର ଚଣ୍ଡୀ ବଜାର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ମୃତକ ହେଲେ ବାବୁଲି ବେହେରା (୩୨), ସେ ଅନୁଗୁଳ ଫରେଷ୍ଟ କଲୋନିରେ ରହୁଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ବାବୁଲିଙ୍କୁ କେହି ହତ୍ୟା କରି ଏଠି ଆଣି ଫିଙ୍ଗି ଦେଇଛି ସେ ନେଇ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।
ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ
- Post published:November 24, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul