ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

You are currently viewing ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତର ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ମରଣ୍ଡା ଗ୍ରାମର ଖଜୁରୀ ବେହେରା (୬୦) ଆଜି ସକାଳୁ ଆମ୍ବ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଖଜୁରୀଙ୍କ ମୃତ୍ୟୁ ହୋଇଛି।

ଖଜୁରୀ ବେହେରାଙ୍କୁ ସ୍ଥାନୀୟ ଲୋକ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ହାତୀ ଆକ୍ରମଣରେ ବାରମ୍ବାର ଲୋକଙ୍କ ମୃତ୍ୟୁ ହେଉଥିବାରୁ ମରଣ୍ଡା ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Share

Leave a Reply