ଜେନେରେଟର ଚଳାଇବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଗଲା ଜଣଙ୍କ ଜୀବନ

You are currently viewing ଜେନେରେଟର ଚଳାଇବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଗଲା ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଙ୍ଗୁଲା -ବେନ୍ତପୁର ପଞ୍ଚାୟତର କାଙ୍ଗୁଲା ଗ୍ରାମର ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ ଆଘାତରେ ପ୍ରାଣ ଯାଇଛି। ମୃତକ ହେଲେ ଗାଁର କର୍ଣ୍ଣ ମହାରଣା(୫୫)।

ସୂଚନା ମୁତାବକ, କର୍ଣ୍ଣ ଆଜି ସକାଳେ ଜେନେରେଟର ଚଲାଇ ପାଣି ପମ୍ପ ଚଳାଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେ ତଳେ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି।

Share

Leave a Reply