ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ତାତିଲେ ସ୍ଥାନୀୟ ଲୋକେ

You are currently viewing ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ତାତିଲେ ସ୍ଥାନୀୟ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବସଲା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ବସଲା ଗ୍ରାମର ଭାବଗ୍ରାହୀ ଜେନା ସକାଳେ ଶୌଚ ହେବାକୁ ଯିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଭାବଗ୍ରାହୀଙ୍କ ଜୀବନ ଚାଲିଯାଇଥିଲା। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଭାବଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଗ୍ରାମବାସୀ ପୁରୁଣା କଟକ-ସମ୍ବଲପୁର ରାସ୍ତା ତଥା ବେଡା ବସଲା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଯାଏଁ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

Share

Leave a Reply