ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

You are currently viewing ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଫିଲ୍ମ ହଲ୍ ଛକ ନିକଟସ୍ଥ ଗାଢ଼ ହାଟିଂରେ ସର୍ପାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାନୀ ହେମ୍ବ୍ରମ୍ବ(୧୩)।

ସୂଚନା ଅନୁସାରେ, ମାନୀ ଘରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ଏନେଇ ଜାଣିବା ପରେ ମାନୀଙ୍କୁ ପ୍ରଥମେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରେଙ୍ଗାଳି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାଳଲହଡା ମେଡିକାଲକୁ ପଠାଇଥିବା ଜଣାପଡିଛି।

Share

Leave a Reply