ଚାଲୁ ଚାଲୁ ପଡ଼ିଯାଇ ଜଣେ ବ୍ୟକ୍ତି ମୃତ, ଅଂଶୁଘାତରେ ପ୍ରାଣ ଯାଇଥିବା ଆଶଙ୍କା

You are currently viewing ଚାଲୁ ଚାଲୁ ପଡ଼ିଯାଇ ଜଣେ ବ୍ୟକ୍ତି ମୃତ, ଅଂଶୁଘାତରେ ପ୍ରାଣ ଯାଇଥିବା ଆଶଙ୍କା

 

ଅନୁଗୁଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନଣ୍ଡିଲୋ ଗ୍ରାମର ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସେହି ଗାଁର ପ୍ରଫୁଲ୍ଲ ଅମାନ୍ତ (୬୪)। ଅଂଶୁଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ସୂଚନା ମୁତାବକ, ପ୍ରଫୁଲ୍ଲ ଆଜି ସକାଳ ୯ଟାରେ ଗାଁ ପାଖରେ ଥିବା ମନ୍ଦିରକୁ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଖସିପଡି ଥିଲେ। ତାଙ୍କୁ ପ୍ରଥମେ ବଅଁରପାଳ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Share

Leave a Reply