ବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ

You are currently viewing ବାର୍‌ହା ଆକ୍ରମଣରେ ଗାଈ ଚରାଳି ମୃତ

ଅନୁଗୁଳ: ଆଜି ସକାଳେ ପୁରୁଣା କୋଟ ଥାନା ମଣିକଯୋଡି ପଞ୍ଚାୟତ କୂଳସର ଗାଁର ବିନୋଦ ନାଏକର ବାର୍‌ହା ଆକ୍ରମଣରେ ମୃତ୍ୟୁ ଘଟିଛି। ବିନୋଦ(୩୦)‌ ଅନ୍ୟ ଜଣକୁ ସାଥି କରି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ‌ ବୁଦା ଭିତରୁ ଏକ ଦନ୍ତା ବାର୍‌ହା ଆକ୍ରମଣ କରିଥିଲା।

ବାର୍‌ହଟି ଏତେ ହିଂସ୍ର ହୋଇ ପଡିଥିଲା ଯେ ବିନୋଦର ସାରା ଦେହକୁ ଦାନ୍ତରେ କାଟି କ୍ଷତ ବିକ୍ଷତ କରିଦେଇଥିଲା। ଅନ୍ୟ ଚରାଳିଠୁ ଖବରପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସରକାରୀ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଏକ ଅଟୋ ଯୋଗେ ବିନୋଦଙ୍କୁ ଅନୁଗୁଳ ଡାକ୍ତରଖାନା ଅଣା ଯାଇଥିଲା। ଅଧିକ ରକ୍ତସ୍ରାବ ହେତୁ ବିନୋଦଙ୍କ ସ୍ଥିତି ବିଗିଡି ଯାଇଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଅତି ଗରିବ ବିନୋଦଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧରଣରେ ଦାବି ହେଉଛି।

Share

Leave a Reply