ଘର ଛାତ ପଡ଼ୁଥିବା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ମାଲିକଙ୍କ ମୃତ୍ୟୁ

You are currently viewing ଘର ଛାତ ପଡ଼ୁଥିବା ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ମାଲିକଙ୍କ ମୃତ୍ୟୁ

ଅନୁଗୁଳ: ଘର ଛାତ ପଡ଼ୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ କୁମୁରସିହା ଗ୍ରାମର ଦିଲ୍ଲୀପ ବେହେରା (୪୫) ଙ୍କର ବୁଧବାର ଦିନ ଘର ଛାତ ପଡୁଥିଲା। ସେ ପାଣିପମ୍ପକୁ ଯାଇଥିବା ବିଦ୍ୟୁତ ତାର ବୋର୍ଡକୁ ଧରି ଅନ୍ୟତ୍ର ନେଉଥିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।

Share

Leave a Reply