ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪ ଘଣ୍ଟିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ଏପଟେ ହରିଦ୍ୱାରର ସର୍ବବୃହତ ଧାର୍ମିକ ପର୍ବ କୁମ୍ଭ ମେଳାରୁ ଅନୁଗୁଳ ଜଣେ ଶ୍ରଦ୍ଧାଳୁ ଫେରିଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଏହି ଶ୍ରଦ୍ଧାଳୁ ଜଣଙ୍କ କଣିହାଁ ଅଞ୍ଚଳର। ସେ କୁମ୍ଭମେଳାରୁ ଫେରିବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ସୂଚନା ମୁତାବକ, କୁମ୍ଭମେଳାରେ ଯୋଗ ଦେବା ପାଇଁ ଅନୁଗୁଳ ଜିଲ୍ଲାର ୪ଟି ପରିବାର ବୁକ୍ କରିଥିଲେ । ଏଥିରୁ ଗୋଟିଏ ଭୁଲରେ ବୁକ୍ ହୋଇଥିବା ବେଳେ ଅନ୍ୟ ଏକ ପରିବାର କୁମ୍ଭମେଳାକୁ ଯାଇଥିଲେ। ଅନ୍ୟ ୨ ପରିବାର ମଧ୍ୟରୁ କଣିହାଁର ଏହି ବ୍ୟକ୍ତି ଫେରିବା ପରେ ତାଙ୍କୁ ହୋମ୍ ଆଇସୋଲେସନ୍ରେ ରଖାଯାଇଛି। ଅନ୍ୟ ଏକ ପରିବାର ଫେରିବା ଉପରେ ପ୍ରଶାସନ ନଜର ରଖିଛି। ସେମାନେ ଫେରିବା ପରେ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।
କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ
- Post published:April 21, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
