ଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

You are currently viewing ଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଗାଁର ପ୍ରଦୀପ ବିଶ୍ବାଳ (୬୦) ଙ୍କୁ ଆଜି ସକାଳେ ଗାଁ ନିକଟ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କ ମୁଣ୍ତ, ଡାହାଣ ଗୋଡର ଆଣ୍ଠୁ ଏବଂ ବାମ ଗୋଡ଼ ଜଂଘରେ ଆକ୍ରମଣ କରିଥିଲା। ପ୍ରଦୀପ ଗୁରୁତର ଅବସ୍ଥାରେ ସେଠାରେ ପଡ଼ି ରହିଥିବା ବେଳେ ଗାଈ ଓ ଛେଳି ଚରାଳି ମାନେ ଦେଖି ତାଙ୍କୁ ରାସ୍ତାକୁ ଆଣି ଥିଲେ। ସେଠାରୁ ପରିବାର ଲୋକଙ୍କୁ ଖବର ଦେଇ ଉକ୍ତ ବ୍ୟକ୍ତି ମାନେ ତାଙ୍କୁ ହଣ୍ଡପା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହଣ୍ଡପାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକ ଭର୍ତ୍ତି କରିଛନ୍ତି।

Share

Leave a Reply