ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ସ୍ପୋର୍ଟସ ହଷ୍ଟେଲ କଟକ ୨-୦ ରେ ବିଜୟୀ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ସ୍ପୋର୍ଟସ ହଷ୍ଟେଲ କଟକ ୨-୦ ରେ ବିଜୟୀ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗୁରୁବାର ମ୍ୟାଚରେ କଟକର ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲରେ ଅଷ୍ଟକିଳା କ୍ଳବ୍ ପତାକାକୁ ପରାସ୍ତ କରିଥିଲା। ସିନେ ଅଭିନେତା ଅଶୋକ ଦାସ ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ସଂସଦର ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ,ସଭ୍ୟ‌ ରୁଚିର ଦାସ,ରମେଶ ସାହୁ,କିଶୋର କୁମାର କର,ପ୍ରଦୀପ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଦିଲୀପ ରାଉତ ଖେଳ ପରିଚାଳନା କରିଥିବା ବେଳେ ଭୋଲେଶ୍ୱର ଗାଗରେଇ,ଧନେଶ୍ଵର ସର୍ଦ୍ଦାର ଲାଇନ୍‌ରେ ସହଯୋଗ କରିଥିଲେ। ଆଜି ଆଠମଲ୍ଲିକ ସହ ବ୍ରଜରାଜନଗର ଏକାଦଶର ମୁକାବିଲା ହେବ ।

Share

Leave a Reply