ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ ମା ବୁଢ଼ୀ କ୍ଳବ୍ ଅନୁଗୁଳ ଓ ବାଗେଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଖେଳକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ଜାତୀୟ ଭଲିବଲ୍ ଖେଳାଳୀ ଶରତ କୁମାର ପାଣିଙ୍କ ସମେତ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ବରିଷ୍ଠ ସଦସ୍ୟ କିଶୋର କର ପ୍ରମୁଖ ଉପସ୍ଥିତ ଥିଲେ। ଖେଳଟି ପ୍ରବଳ ଉତ୍କଣ୍ଠା ପୂର୍ଣ୍ଣ ହୋଇଥିଲା। ଖେଳ ସରିବାକୁ ପ୍ରାୟ ଆଠ ମିନିଟ ବାକି ଥିବା ବେଳେ ଏବଂ ଫଳାଫଳ ୧-୧ ସ୍ଥିତିରେ ଥିବା ବେଳେ ବାଗେଡିଆର ଜଣେ ଖେଳାଳୀଙ୍କୁ ଅନୁଗୁଳର ଜଣେ ଖେଳାଳୀ ଗୋଲ ପୋଷ୍ଟ ନିକଟରେ ଫାଉଲ୍ ମାରିବାରୁ ରେଫରି ଶ୍ରୀମୁଖ ଗଡ଼ନାୟକ ଅନୁଗୁଳ ବିପକ୍ଷରେ ପେନାଲଟି କିକ୍ ନିର୍ଦ୍ଦେଶ ଦେଇଥିଲେ।ଏହି ନିର୍ଣ୍ଣୟକୁ ବିରୋଧ କରି ଅନୁଗୁଳ ଖେଳାଳୀମାନେ ଏହାକୁ ବଦଳାଇବାକୁ ଚାହିଁଥିଲେ। ମାତ୍ର ରେଫରୀ କିଛି ନ ଶୁଣିବାରୁ ଅନୁଗୁଳ ଖେଳାଳୀ ମାନେ ପଡିଆ ଛାଡି ଥିଲେ।ଏହାପରେ ଦର୍ଶକ ମାନେ ହୋ ହାଲ୍ଲା କରିଥିଲେ। କିନ୍ତୁ ରେଫରି ଓ ମ୍ୟାଚ କମିଶନରଙ୍କ ରିପୋର୍ଟ ପରେ ପରିଚାଳନା କମିଟି ବାଗେଡିଆକୁ ବିଜୟୀ ଘୋଷିତ କରିଥିଲେ। ଆସନ୍ତା କାଲି କଟକ ସ୍ପୋର୍ଟସ ହଷ୍ଟେଲ ଓ ଢେ଼ଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।
ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ବଗେଡିଆ ମା ବୁଢୀକୁ ହରାଇଲା
- Post published:August 13, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul