ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଝାରସୁଗୁଡ଼ା୪-୩ ଗୋଲରେ ଆଠମଲ୍ଲିକକୁ ହରାଇଲା

You are currently viewing ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଝାରସୁଗୁଡ଼ା୪-୩ ଗୋଲରେ ଆଠମଲ୍ଲିକକୁ ହରାଇଲା

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଗୁରୁବାର ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ମୁଖ୍ୟ  ଅତିଥି ରୂପେ ଷ୍ଟିଲ ଶିଳ୍ପର ଅନ୍ୟତମ ମହାରଥୀ ଓପୀ ଜିନ୍ଦଲଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ଏଡିଏମ ପ୍ରତାପ ପ୍ରୀତିମୟ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ସିଏସଆର ବିଭାଗ ମୁଖ୍ୟ ଜୟନ୍ତ ମହାନ୍ତି, ଜିନ୍ଦଲ ସଭାପତି ଅତୁଲ ଦୁବେ ,ଡିଜିଏମ୍ ଆଶୁତୋଷ ମିଶ୍ର, ଜେଏସପିର ବରିଷ୍ଠ ଅଧିକାରୀ ମୈତ୍ରେୟୀ ମିଶ୍ର ,ଏଜିଏମ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଅନୁଗୁଳ କ୍ରିକେଟ ଆସୋସିଏସନ୍ ସମ୍ପାଦକ ସାଗର ମିଶ୍ର, ଜିଲ୍ଲା କ୍ରୀଡା ସଂସଦ ସଦସ୍ୟ ଆଡଭୋକେଟ ପ୍ରଦୀପ ଦେବତା, ରୁଚିର ଦାସ, ଜିନ୍ଦଲ କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଉଦଘାଟନୀ ମ୍ୟାଚରେ ପେନାଲ୍ଟି ସୁଟ ଆଉଟରେ ଝାରସୁଗୁଡ଼ା ୪-୩ ଗୋଲରେ ଆଠମଲ୍ଲିକକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ରମା ହାଁସଦା,ଝାରସୁଗୁଡ଼ା ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ। ପ୍ରଶାନ୍ତ ବେହେରା ଖେଳ ପରିଚାଳନା କରିଥିଲେ। ଧନେଶ୍ଵର ସର୍ଦ୍ଦାର ଓ ବଳରାମ ସାୟ ଲାଇନରେ ସହାୟତା କରିଥିଲେ। ଆଜି ଝାରସୁଗୁଡ଼ା ସ୍ପୋର୍ଟସ ହଷ୍ଟେଲ କଟକକୁ ଭେଟିବ।

Share

Leave a Reply