କୋଇଲା ଉତ୍ତୋଳନକୁ ବିରୋଧ: ଛେଣ୍ଡିପଦା ତହସିଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

You are currently viewing କୋଇଲା ଉତ୍ତୋଳନକୁ ବିରୋଧ: ଛେଣ୍ଡିପଦା ତହସିଲ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୁଳ: ପ୍ରଦୂଷଣରେ ସାରା ଦେଶରେ ଏକ ନମ୍ବର ହୋଇ ଅଲୋଡ଼ା ରେକର୍ଡ କରିଛି ଅନୁଗୁଳ। ତଥାପି ଜିଲ୍ଲାରେ ଖଣି ଖୋଳା କାର୍ଯ୍ୟକ୍ରମ ବନ୍ଦ ହେବା ନାଁ ଧରୁନି। ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳରେ ନାଲକୋ, ସିଂଘ୍ରାନୀ କମ୍ପାନୀ କୋଇଲା ଉତ୍ତୋଳନ କରିବା ଆରମ୍ଭ କରିଥିବା ବେଳେ ଜିଏମଡିସି, ରୁଙ୍ଗଟା ଏନଏଲସି ଭଳି ଅନେକ ସଂସ୍ଥା ଅଞ୍ଚଳରେ କାୟା ବିସ୍ତାରିବା ଆରମ୍ଭ କରିଛନ୍ତି। ଫଳରେ ଛେଣ୍ଡିପଦା ଅଞ୍ଚଳର ହଜାର ହଜାର ଏକର ଜମିକୁ ଚାଷଜମି ସହିତ ଜଙ୍ଗଲ ଜମି ଅଧିଗ୍ରହଣ ହେବା ସହିତ ଲକ୍ଷଲକ୍ଷ ବୃକ୍ଷରାଜି ବଳି ପଡୁଛି। ଉକ୍ତ କମ୍ପାନୀଗୁଡିକୁ ବିରୋଧ କରି ଛେଣ୍ଡିପଦା ଅଞ୍ଚଳର ୭ଟି ପଞ୍ଚାୟତର ହଜାର ହଜାର ପୁରୁଷ ଏବଂ ମହିଳା ଆଜି ଛେଣ୍ଡିପଦା ଡାକ ବଂଗଳାଠାରୁ ଏକ ବିରାଟ ରାଲିରେ ହଜାର ହଜାର ପୁରୁଷ ଏବଂ ମାଆ ମାନେ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସାମ୍ନାକୁ ଆସି ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏଥି ସହ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭା ପରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ କୋଇଲା ଖଣିକୁ ବନ୍ଦ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଆନ୍ଦୋଳନରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ସମ୍ପାଦକ ବିଶ୍ୱାମିତ୍ର ସାହୁ, ପରିବେଶବିତ ଡ଼ଃ ବିଶ୍ୱଜିତ, ଆଞ୍ଚଳିକ ସୁରକ୍ଷା ମଞ୍ଚ ସଦସ୍ୟା ସସ୍ମିତା ବେହେରା, ଏସୟୁସିଆଇ ନେତା ରଣଜିତ ପ୍ରଧାନ, ଉଦୟନାଥ ବେହେରା, ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକଙ୍କ ସମେତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

Share

Leave a Reply