ଅନୁଗୁଳ : ଗାଁ ସ୍କୁଲ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ଦାବିରେ ଆଜି ସ୍ଥାନୀୟ ବଣାବିରା ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ବଣାବିରା ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବଣାବିରାରେ ଥିବା ଜାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ୧୧୨ ବର୍ଷର। ଏହି ସ୍କୁଲ ୧୯୧୦ ମସିହାରେ ସ୍ଥାପିତ ହୋଇଥିଲା। ଏବେ ବିଦ୍ୟାଳୟରେ ମୋଟ ୨୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। କିନ୍ତୁ ସରକାର ସ୍କୁଲ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି। ଏହା ଦ୍ୱାରା ପିଲାମାନେ ବହୁତ ହଇରାଣ ହେଉଛନ୍ତି। ଗାଁ ଠାରୁ ସ୍କୁଲ ୨ କିଲୋମିଟର ହେଉଥିବା ବେଳେ ରାସ୍ତାରେ ଶହ ଶହ ଗାଡି ମଟର ଯିବା ଆସିବା କରୁଛି। ଫଳରେ ପିଲାଙ୍କୁ ଅଭିଭାବକ ଛାଡ଼ିବା ପାଇଁ ରାଜି ହେଉନାହାନ୍ତି। ଏଣୁ ଜାମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ପୂର୍ବ ସ୍ଥାନକୁ ଫେରାଇ ଦେବା ପାଇଁ ଆଜି ଜିଲ୍ଲାପାଳଙ୍କୁ ଗାଁର ମହିଳାମାନେ ଲିଖିତ ଦାବି କରିଛନ୍ତି।
ବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ବିରୋଧ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗାଁ ଲୋକ
- Post published:October 31, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul