ଅନୁଗୁଳ: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ମୁତାବକ, ସିଧାସଳଖ ଆମ୍ବ ଚାଷୀମାନଙ୍କ ଦ୍ବାରା ଉତ୍ପାଦିତ କ୍ରୟ ବିକ୍ରୟ ପାଇଁ ଆମ୍ବ ବଜାର ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ମାସ ୯ ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏ ଏଫ୍.ପି ସି ଏଲ୍ ଓ ଏଫ୍ ଈ ଏସ୍ ସହାୟତାରେ ୨ଟି କାନୋପି ଷ୍ଟଲ ଜିଲ୍ଲା କାର୍ଯ୍ୟାଳୟ ଫାଟକ ଏବଂ ମିଶ୍ରପଡା ଛକରେ ଚଳିତ ୨୬ ତାରିଖରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଏଫ୍ଇଏସ, ଭିୱାଇକେ ଏବଂ ଜେ ଏସ୍ ପି ଏଲ୍ ସହାୟତାରେ ୩ଟି ମୋବାଇଲ ଭ୍ୟାନ ମାଧ୍ୟମରେ ନାଲ୍କୋ, ଜେ ଏସ୍ ପି ଏଲ୍, ଟି ଟି ପି.ଏସ୍, ଏମ୍ ସି ଏଲ୍, ଏନ୍ ଟି ପି ସି ଓ ଅନୁଗୁଳ ସହରରେ ବୁଲାଯିବାର ବ୍ୟବସ୍ଥା କରାଯାଇଛି।
ପରେ ଜୁନ୍ ୨ରୁ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଏଫ୍.ପି ଓ ସ୍ବେଚ୍ଛାସେବୀ ସଂସ୍ଥାଙ୍କ ସହାୟତାରେ ଅନୁଗୁଳ ଷ୍ଟାଡିୟମ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ୧୦ ଗୋଟି ଷ୍ଟଲ ବିଶିଷ୍ଟ ଏକ ଆମ୍ବ, ପ୍ରଦର୍ଶନୀ ଓ ବିକ୍ରୟ କରାଯିବ ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
୧୫ ରୁ ଓରମାସ ପକ୍ଷରୁ ବିକ୍ରି କରାଯିବ ଆମ୍ବ, ଜୁନ ୧୯ ଯାଏଁ ଚାଲିବ ବଜାର
