“କ୍ଷତିକାରକ ହୋଇପାରେ ମନ ଇଚ୍ଛା ଚିନି-ଲୁଣ ପାଣି ପିଇବା, ଓଆରଏସ୍ ସବୁଠୁ ଭଲ”

You are currently viewing “କ୍ଷତିକାରକ ହୋଇପାରେ ମନ ଇଚ୍ଛା ଚିନି-ଲୁଣ ପାଣି ପିଇବା, ଓଆରଏସ୍ ସବୁଠୁ ଭଲ”

ନୂଆଦିଲ୍ଲୀ: ଚଳିତବର୍ଷ ପ୍ରବଳ ଗରମ ଅନୁଭୂତ ହେଉଛି। ତାପମାତ୍ରା ବଢ଼ୁଥିବାରୁ ପିଲା ଠୁ ବୟସ୍କଙ୍କ ଯାଏଁ ସମସ୍ତେ ସନ୍ତୁଳି ହେଉଛନ୍ତି। ପ୍ରବଳ ଉତ୍ତାପ ଯୋଗୁ ଶରୀରରେ ଜଳୀୟ ଅଂଶର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି। ଏଥିସହ ଉଚ୍ଚ ତାପମାତ୍ରାର ହେତୁ ଡାଇରିଆ ପରି ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ୁଛି। ଏଣୁ ଗରମରୁ ରକ୍ଷା ପାଇବାକୁ ପିଲାମାନଙ୍କୁ ଅଧିକରୁ ଅଧିକ ପାନୀୟ ଦେବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଉଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି ଯେ ପିଲାମାନଙ୍କଠାରେ ଡିହାଇଡ୍ରେସନ୍ (ଜଳୀୟ ଅଂଶ କମିଯିବା) ଏବଂ ଡାଇରିଆ ପରିଚାଳନାରେ ଓଆର୍‌ଏସ୍‌ ଗୁରୁତ୍ୱ ବହନ କରେ। ତେବେ କିଛି ଲୋକ ଘରେ ଚିନି ଓ ଲୁଣ ମିଶ୍ରିତ ପାଣି ପିଲାମାନଙ୍କୁ ପିଇବାକୁ ଦେଇଥାନ୍ତି। ଏହି ମିଶ୍ରଣର ଭାଗମାପ ଉଚିତ ପରିମାଣର ନହେଲେ ସାଂଘାତିକ ହୋଇପାରେ।

ଡାକ୍ତର କୁହନ୍ତି, “ଡାଇରିଆରେ ଦ୍ରୁତ ବେଗରେ ତରଳ ପଦାର୍ଥ ହ୍ରାସ ଏବଂ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ, ଡିହାଇଡ୍ରେସନର କାରଣ ହୋଇଥାଏ। ଶରୀରରୁ କମି ଯାଇଥିବା ଜଳୀୟ ଅଂଶ ଏବଂ ଇଲେକ୍ଟ୍ରୋଲାଇଟ୍ ପୂର୍ଣ୍ଣ କରିବା, ଜଟିଳତାକୁ ରୋକିବା ଏବଂ ଛୋଟ ପିଲାମାନଙ୍କ ଶୀଘ୍ର ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରିବା ପାଇଁ ଓରାଲ୍ ରିହାଇଡ୍ରେସନ୍ ସଲ୍‌ଟ (ଓଆର୍‌ଏସ୍‌) ଏକ ସରଳ ଓ ଅତ୍ୟନ୍ତ ପ୍ରଭାବଶାଳୀ ସମାଧାନ।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମଧ୍ୟ ଓଆରଏସକୁ ଅନୁମୋଦନ ଦେଇଛି। ଏଣୁ ଏହାକୁ ପିଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Share

Leave a Reply