‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’: ନିଶା ନେଇ ସଚେତନ କରିବାକୁ ଗଡ଼ିଲା ସଚେତନତା ରଥ

You are currently viewing ‘ଆମ ସଙ୍କଳ୍ପ-ନିଶା ନୁହେଁ,ଜୀବନ’: ନିଶା ନେଇ ସଚେତନ କରିବାକୁ ଗଡ଼ିଲା ସଚେତନତା ରଥ

ଅନୁଗୁଳ: ଆମ ସଂକଳ୍ପ-ନିଶା ନୁହେଁ, ଜୀବନ’ ଅବସରରେ ଅନୁଗୁଳରେ ଗଡ଼ିଲା ସଚେତନତା ରଥ। ରାଜ୍ୟ ସରକାରଙ୍କର ଏହି ସ୍ୱତନ୍ତ୍ର ଅଭିଯାନ ମେ ୩୧, ବିଶ୍ବ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇ ଆନ୍ତର୍ଜାତିକ ନିଶା ସେବନ ଓ ବେଆଇନ୍ କାରବାର
ନିରୋଧ ଦିବସ (ଜୁନ୍ ୨୬ ତାରିଖ) ପର୍ଯ୍ୟନ୍ତ ଚାଲିବ।
ଏହି ଉପଲକ୍ଷେ ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଜନସଚେତନତା ଅଭିଯାନ ନିମନ୍ତେ ୨ଟି ସଚେତନତା ରଥ ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରିଥିଲା। ଏହି ରଥକୁ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗାଁ ଠାରୁ ସହର ପର୍ଯ୍ୟନ୍ତ ଜନସଚେତନତା ସୃଷ୍ଟି କରିବ।

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ୍ ଧଳ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଅବକାରୀ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply