ଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର  ନେଣଦେଣ ହୋଇଛି

You are currently viewing ଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର  ନେଣଦେଣ ହୋଇଛି

ଅନୁଗୁଳ: ଭାରତରେ ବଢୁଛି ୟୁପିଆଇ ନେଣଦେଣର ଚାହିଦା। ଖୁଚୁରା ଅଭାବ,ମୋବାଇଲର ବହୁଳ ବ୍ୟବହାର ଯୋଗୁ ୟୁପିଆଇ ପେମେଣ୍ଟ ଲୋକଙ୍କ ପାଇଁ ସହଜ ହେଉଛି। ରିପୋର୍ଟ ଅନୁଯାୟୀ, ଦେଶରେ ଜୁନ ମାସରେ ୟୁପିଆଇ ମାଧ୍ୟମରେ ୨୪ ଲକ୍ଷ କୋଟିରୁ ଅଧ‌ିକ ଟଙ୍କାର ନେଣଦେଣ ହୋଇଛି । ରିପୋର୍ଟ ଅନୁସାରେ, ମେ’ ମାସରେ ପ୍ରତିଦିନ ହାରାହାରି ୬୦.୨ କୋଟି ଟଙ୍କାର ନେଣଦେଣ ହୋଇଥିଲା। ଯାହା ଜୁନ ମାସରେ ବଢ଼ି ୬୧.୩ କୋଟି ହୋଇଛି। ତେବେ ବାର୍ଷିକ ଅଭିବୃଦ୍ଧି ହାର ୩୨.୫%କୁ ହ୍ରାସ ପାଇଛି, ଯାହା ଗତ ୬୨ ମାସ ମଧ୍ୟରେ ସର୍ବନିମ୍ନ ଅଟେ। ସୂଚନା ଥାଉକି, ଏପ୍ରିଲ-ଜୁନ ତ୍ରୈମାସିକରେ ୭୩.୨୩ ଲକ୍ଷ କୋଟି ଟଙ୍କାର ନେଣଦେଣ ହୋଇଛି ।

Share

Leave a Reply