ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଏଣିକି ଅକ୍ସିଜେନ ସିଲିଣ୍ଡର ଉପଲବ୍ଧହେଵ। ସଂପ୍ରତି କରୋନା ମହାମାରୀ ସମୟରେ ଆଜିଠାରୁ ଜିଲ୍ଲା ପେଟ୍ରୋଲିୟମ୍ ସଂଘ ପକ୍ଷରୁ ଏହି ନିଃଶୁଳ୍କ ସେବା ଆରମ୍ଭ ହୋଇଛି। ଜିଲ୍ଲାର କେଉଁ ପେଟ୍ରୋଲ୍ ପମ୍ପରେ ଅକ୍ସିଜେନ୍ ସିଲିଣ୍ଡର୍ ମିଳିବ, ସେ ସମ୍ପର୍କରେ ଏକ ତାଲିକା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପ୍ରଦାନ କରାଯାଇଛି। ସଂଘର ସଭାପତି ବିଶ୍ବଜିତ ପଟ୍ଟନାୟକ ଓ ସମ୍ପାଦକ ଚନ୍ଦ୍ରଶେଖର ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଭେଟି ଏହି ତାଲିକା ପ୍ରଦାନ କରିଛନ୍ତି । ଯେଉଁ ପେଟ୍ରୋଲ୍ ପମ୍ପରେ ଅକ୍ସିଜେନ୍ ସିଲିଣ୍ଡର୍ ମିଳିବ, ତାହା ସମ୍ନାରେ ବ୍ୟାନର୍ ଲଗାଇ ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ପେଟ୍ରୋଲ୍ ପମ୍ପରେ ମିଳିବ ଅକ୍ସିଜେନ ସିଲିଣ୍ଡର
- Post published:June 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
