ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

You are currently viewing ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳିତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଓ ବନ୍ତଳା ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୟନ୍ତୀ ପାଳନ କରାଯାଇଛି। ଏ ଅବସରରେ ଏକ ସାମୂହିକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ତଥା କାଉନସିଲର ବଳରାମ ଜେନା, ଉପସଭାପତି କିଶୋର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିବ ସାହୁ, ଜିଲ୍ଲା ସମ୍ପାଦକ ସୌରଭ ବେହେରା, ପ୍ରଦ୍ୟୁମ୍ନ ପ୍ରଧାନ, ଅମିତ କୁମାର ଦାସ, ଛାତ୍ର ନେତା ରାହୁଲ ମହାପାତ୍ର, ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦିକା ମମତା ପ୍ରଧାନ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Share

Leave a Reply