ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ପଦ୍ମଚରଣ ସିହ୍ନା ଓ ଶିବାନନ୍ଦ ରାଉତ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେରର ବ୍ରଜନାଥପୁର ଦଳ ଡେରେଙ୍ଗକୁ ପେନାଲ୍ଟି ସୁଟ୍ଆଉଟ୍ରେ ୪-୩ ଗୋଲ୍ରେ ପରାସ୍ତ କରି ଚମ୍ପିୟାନ ହୋଇଛି।
ଖେଳ ଶେଷ ସୁଦ୍ଧା ଉଭୟ ଦଳ ୧-୧ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ। ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ବ୍ରଜନାଥପୁର ବିଜୟୀ ହୋଇଥିଲା। ବିଜେତା ଦଳକୁ ନଗଦ ୧୦ ହଜାର ଟଙ୍କା ଓ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଉଦ୍ଯାପନୀ ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଭେଟରାନ୍ସ ଆସୋସିଏସନ୍ ପକ୍ଷରୁ ନୀଳମଣି ରାଉତ, ପ୍ରଶାନ୍ତ କୁମାର ସିହ୍ନା, ରମେଶ ଚନ୍ଦ୍ର ସାହୁ, ରୁଚିର ଦାସ, ବି.ଏନ୍. ରାଉତ, ଅରୁଣ ଦାସ ଏବଂ ବସନ୍ତ କୁମାର ଦାସ ଉପସ୍ଥିତ ଥିଲେ। ମନୋରଞ୍ଜନ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ।


