ଅନୁଗୁଳ: ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ପ୍ରଭାତ ବାରିକଙ୍କ ନେତୃତ୍ବରେ ସ୍ଥାନୀୟ ଥାନା ଛକଠାରେ କାଶ୍ମୀରରେ ଯେଉଁଭଳି ଗତ ୫ଦିନ ମଧ୍ୟରେ ୭ ହିନ୍ଦୁଙ୍କୁ ହତ୍ୟା ଓ ଏକ ଶିକ୍ଷାନୁଷ୍ଠାନରେ ଲାଇନରେ ଠିଆ କରି ବାଛି ବାଛି ହିନ୍ଦୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି ତାର ପ୍ରତିବାଦରେ ବିକ୍ଷୋଭ ଓ ଆତଙ୍କବାଦର ମୂଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ର କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦରେ ବିଶ୍ବହିନ୍ଦୁ ପରିଷଦ ତରଫରୁ କୁହାଯାଇଛି ଯେ କାଶ୍ମୀରରେ ହିନ୍ଦୁମାନଙ୍କର ପୁନର୍ବାସ ଏବଂ ସ୍ଵଚ୍ଛନ୍ଦ ବିଚରଣ ହିଁ ଆତଙ୍କବାଦକୁ ମୂଳୋତ୍ପାଟନ କରିପାରିବ। ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମହାମନ୍ତ୍ରୀ ମିଳିନ୍ଦ ପରାଣ୍ଡେ ଗତ ପାଞ୍ଚଦିନ ମଧ୍ୟରେ ସାତ ଭାରତୀୟଙ୍କ ହତ୍ୟାରେ ଚିନ୍ତାପ୍ରକଟ କରି ଶନିବାର କେନ୍ଦ୍ର ସରକାରକୁ କହିଛନ୍ତି ଯେ ସରକାର ଜିହାଦୀ ଆତଙ୍କବାଦ ଉପରେ ଲଗାମ୍ ଲଗାଇବା ପାଇଁ ପାକିସ୍ତାନକୁ କଠିନ ଶିକ୍ଷା ଦିଅନ୍ତୁ ତଥା ହିନ୍ଦୁମାନଙ୍କର ପୁନର୍ବାସ ଏବଂ ଘାଟୀରେ ତାଙ୍କର ସ୍ଵଚ୍ଛନ୍ଦ ବିଚରଣ ପାଇଁ ଉଚିତ୍ ବ୍ୟବସ୍ଥା କରନ୍ତୁ। ହିନ୍ଦୁ ସମାଜର ପୁନର୍ବାସ ବିନା ଆତଙ୍କବାଦ ଉପରେ ଲଗାମ୍ ଲଗାଇବା ଅସମ୍ଭବ ଅଟେ ସେ ଘୋଷଣା କରିଛନ୍ତି ଯେ ଲଗାତାର ହିନ୍ଦୁମାନଙ୍କୁ ବାଛି ବାଛି ହେଉଥିବା ନୃଶଂସ ହତ୍ୟାରେ ଆହତ ବଜରଙ୍ଗଦଳର କାର୍ଯ୍ୟକର୍ତ୍ତାମାନେ ଶନିବାର ସାରାଦେଶରେ ପ୍ରଦର୍ଶନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦହନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଜିଲ୍ଲା ସହସଂଯୋଜକ ରାହୁଲ ଅନୁରାଗ, ସଙ୍ଗଠନ ସଚିବ ଅସିତକୁମାର ସାହୁ, ଗିରୀଜାଶଙ୍କର ନନ୍ଦ, ସରୋଜ ଧର, ମାର୍ଜି ସୁଦର୍ଶନ ରାଓ, ଶ୍ରୀଗୋପାଳ ମୁଦ୍ରା, ଲମ୍ବୋଧର ବେହେରା, ପ୍ରମୋଦ ମୋଦୀ, ମୁନା ପାଳଶର୍ମା, ଅଭୟ ରାଏ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
- Post published:October 10, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul