ବଢ଼ିଲା ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ସୀମା

0

ଅନୁଗୁଳ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ବଢ଼ିଛି। ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ୨ ଲକ୍ଷ ଲେଖାଏଁ ଖର୍ଚ୍ଚ କରିପାରିବେ । ମଙ୍ଗଳବାର ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ସର୍ବଦଳୀୟ ବୈଠକ ବସିଥିଲା। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୂଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମଦମୁକ୍ତି ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା। ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଛି। ସେହିପରି ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ଏହି ବୈଠକରେ ପ୍ରସ୍ତାବ ଆସିଥିଲା।ତା ଛଡ଼ା ଭୋଟଦାନ ଅବଧୂ ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଆସିଛି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଥିଲେ। ସେହିପରି ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଆସିଥିବା ସେ କହିଛନ୍ତି। ପୂର୍ବରୁ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ଥିବାବେଳେ ଏଥର ଖର୍ଚ୍ଚକୁ ୨ ଲକ୍ଷ କରାଯିବାକୁ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବାକୁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.

error: Content is protected !!