ପଞ୍ଚାୟତ ନିର୍ବାଚନ ୨୦୨୨: ତ୍ରୁଟିଶୂନ୍ୟ ସଂରକ୍ଷଣ ଉପରେ ନଜର

You are currently viewing ପଞ୍ଚାୟତ ନିର୍ବାଚନ ୨୦୨୨: ତ୍ରୁଟିଶୂନ୍ୟ ସଂରକ୍ଷଣ ଉପରେ ନଜର

ଅନୁଗୁଳ: ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂରକ୍ଷଣ ସଂକ୍ରାନ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ରଖୁଥିବା ଟିପ୍ପଣୀକୁ ଭିତ୍ତିକରି ପୂର୍ବ ସଂରକ୍ଷଣ ତାଲିକାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି । ଏହାପରେ ପୁନର୍ବାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବା ସହ ଆପତ୍ତି ଓ ଅଭିଯୋଗ ଗ୍ରହଣ ହୋଇସାରିଛି। ସୋମବାର ଆପତ୍ତି ଓ ଅଭିଯୋଗ ଗ୍ରହଣର ଶେଷ ଦିନ ରହିଥିଲା। ପୂର୍ବରୁ ଥରେ ଆପତ୍ତି ଓ ଅଭିଯୋଗ ଶୁଣାଣି ହୋଇସାରିଥିଲା। ତେଣୁ ଚଳିତ ଥର ଏତେଟା ଅଭିଯୋଗ ଆସିନାହିଁ। ହେଲେ ବଲାଙ୍ଗୀର ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ(ଏସଟି) ସଂରକ୍ଷଣ ନେଇ କିଛିଟା ଆପତ୍ତି ଉଠିଛି। ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ମଙ୍ଗଳବାର ଏବଂ ବୁଧବାର ଆପତ୍ତା ଓ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯିବ। ଏହାର ଦୁଇଦିନ ପରେ ଅର୍ଥାତ ୭ ତାରିଖରେ ଚୂଡ଼ାନ୍ତି ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ତେଣୁ ସଂରକ୍ଷଣକୁ ନେଇ ଉଠିଥିବା ଅପତ୍ତିର ଆଶୁ ସମାଧାନ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।

Share

Leave a Reply