ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ

You are currently viewing ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ

ଅନୁଗୁଳ: ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)। ଅନୁଗୁଳ ଜିଲ୍ଲାର ସମସ୍ତ ପିଇଓ ସ୍ଥାନୀୟ ତହସିଲ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି। ଫଳରେ ପଞ୍ଚାୟତକୁ ବିଭିନ୍ନ କାମ ପାଇଁ ଯାଉଥିବା ଲୋକ ନିରାଶ ହୋଇ ଫେରୁଛନ୍ତି।

ସୂଚନା ମୁତାବକ, ବିଭିନ୍ନ ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି ପିଇଓ ପଦବୀର ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତଦୁଇରୁ ଗ୍ରାଜୁଏସନ୍ କରିବା, ଦରମା ୨୧ ହଜାର ୭୦୦ରୁ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି କରିବା, ନୂତନ ପଦବି ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି, ଜିପିଡିଓ ପଦବିରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓପିଆର୍‌ଏସ୍ କ୍ୟାଡର ରୁଲ୍‌ରେ ଅନ୍ତର୍ଭୁକ୍ତ କରିବା।

ତେବେ ସରକାର ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଖିଳ ଉତ୍କଳ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଅନୁଗୁଳ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି।

Share

Leave a Reply