ସନ୍ନ୍ୟାସ ନେଲେ କି ପାଣ୍ଡିଆନ ! ଇନଷ୍ଟାଗ୍ରାମରୁ ବିଜେଡିକୁ ହଟାଇଲେ

You are currently viewing ସନ୍ନ୍ୟାସ ନେଲେ କି ପାଣ୍ଡିଆନ ! ଇନଷ୍ଟାଗ୍ରାମରୁ ବିଜେଡିକୁ ହଟାଇଲେ

ଭୁବନେଶ୍ବର:ବିଜେଡି ହାରିବା ପରେ ଚର୍ଚ୍ଚାରେ ଥିବା କାର୍ତ୍ତିକ ପାଣ୍ଡିଆନ ଏବେ ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ଲେଖିଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି। ଏହା ସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ଓ୍ବେବ୍ ସାଇଟ୍କୁ ପ୍ରୋଫାଇଲରେ ରଖିଛନ୍ତି।

ତେବେ ପାଣ୍ଡିଆନ ହଠାତ୍ ନିଜ ପ୍ରୋଫାଇଲରୁ ‘ବିଜେଡି’ ଶବ୍ଦକୁ ହଟାଇବା ପରୋକ୍ଷରେ ରାଜନୀତିରୁ ସନ୍ନ୍ୟାସ ନେଇଥିବାର ସଙ୍କେତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ ଗତକାଲି ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ଏଣୁ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଓଡିଶାବାସୀଙ୍କୁ ଦେଇଥିବା ସେ କଥାକୁ ସେ ରଖିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Share

Leave a Reply