ପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

You are currently viewing ପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ପକ୍ଷରୁ ଆୟୋଜିତ ଆନ୍ତଃ-ବିଭାଗୀୟ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଛି।

ଫାଇନାଲ୍ ମ୍ୟାଚ୍ ସୁରକ୍ଷା ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଟିମ୍ ଡେୟାରଡେଭିଲ୍ ଓ ପ୍ଲେଟ୍ ମିଲ୍, ବାର୍ ମିଲ୍, ଏସଏସଡି ଏବଂ ଟିଏସଡି ଖେଳାଳିଙ୍କୁ ନେଇ ଗଠିତ ଟିମ୍ ୱାର୍ଡାନ୍ସ ମଧ୍ୟରେ ହୋଇଥିଲା। ମ୍ୟାଚରେ ଡେୟାରଡେଭିଲ୍ ଦମଦାର ପ୍ରଦର୍ଶନ କରି ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ପାନ୍ଥର୍ ଚାମ୍ପିଅନ୍ ଟ୍ରଫି ହାତେଇଛି।

ଫାଇନାଲ୍ ମ୍ୟାଚରେ ଜେଏସପି ପରିଚାଳନା ନିର୍ଦ୍ଦେଶକ ବିମଲେନ୍ଦ୍ର ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଟିମକୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଜେଏସପିର ସିଇଓ-ଇସ୍ପାତ ବ୍ୟବସାୟ ଦିନେଶ କୁମାର ସରୋଗୀ, ଅନୁଗୁଳ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ବର ଝା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇରନ୍ ଜୋନ୍ ଦାମୋଦର ମିତ୍ତଲ, ଜେଓସି ସାଧାରଣ ସମ୍ପାଦକ ରବି ଶଙ୍କରଙ୍କ ସହ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Share

Leave a Reply