ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

You are currently viewing ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୁଳ: ପତଞ୍ଜଳି ଯୋଗ ସମିତି ତରଫରୁ ମଙ୍ଗଳବାର  ଇନଡୋର ଷ୍ଟାଡିୟମ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୋଗ ସମିତିର ସଭାପତି ଅଭୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୁଖ୍ୟବକ୍ତା ଯୋଗ ଦେଇ ଯୋଡିବାର ନାମ ଯୋଗ, ପରମାତ୍ମାଙ୍କ ସହ ଆତ୍ମାର ମିଳନ, ମାନବ ମାଧବରେ ରୂପାନ୍ତରିତ ହେବା, ଜୀବ ଶିବତ୍ବ ପ୍ରାପ୍ତ, ନର ନାରାୟଣତ୍ରରେ ଅଭିଷିକ୍ତ ହେବା ଯୋଗ ଦ୍ବାରା ହିଁ ସମ୍ଭବ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ମହିଳା ପତଞ୍ଜଳି ଯୋଗ ସମିତିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ଧ୍ୟା ରାଣୀ ମିଶ୍ର, ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଭଉଣୀ ମିନତୀ, ନେହରୁ ଯୁବା କେନ୍ଦ୍ରର ଉପ ନିର୍ଦ୍ଦେଶକ ପ୍ରଦୀପ ଭାରତୀୟ ଯୋଗ ସଂସ୍ଥାନର ସମ୍ପାଦିକା ସଯୁଂକ୍ତା ପାଳ ପ୍ରମୁଖ ମଞ୍ଚାସୀନ ଥିଲେ।

Share

Leave a Reply