ରାହଗିରିର ମଜା ଉଠାଇଲେ ଅନୁଗୁଳ ବାସୀ

You are currently viewing ରାହଗିରିର ମଜା ଉଠାଇଲେ ଅନୁଗୁଳ ବାସୀ

ଅନୁଗୁଳ: ପବିତ୍ର ଉତ୍କଳ ଦିବସ ଏବଂ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନୋରଞ୍ଜନ ଏବଂ ସଚେତନତା ଭିତ୍ତିକ ପର୍ବ ରାହଗିରି ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଜଗନ୍ନାଥ ମନ୍ଦିର ରାସ୍ତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।

ସକାଳ ୬ ଟା ରୁ ୯ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସମାରୋହକୁ ଓଡ଼ିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କରୋନା କାଳ ପରବର୍ତ୍ତୀ ସମୟରେ ଓଡ଼ିଶାର ଏହା ପ୍ରଥମ ରାହଗିରି ହୋଇଥିବାରୁ ଅନୁଗୁଳ ସହର ବାସୀ ଏହାର ଆନନ୍ଦ ଉଠାଇବା ସହ ସୂଚନା ଓ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିବେଦନ କରିଥିଲେ।

ସମାରୋହରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସପି ଜଗମୋହନ ମୀନାଙ୍କ ସମେତ ଜିଲ୍ଲାର ସମସ୍ତ ପଦସ୍ଥ ଅଫିସର ଯୋଗଦାନ କରିଥିଲେ।କୁଳମଣି ନାୟକ ବେଦପାଠ କରିଥିବା ବେଳେ ପ୍ରତ୍ୟୁଷା ଅମାନ୍ତ ମଞ୍ଚ ପରିଚାଳନା କରିଥିଲେ। ସମାରୋହରେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଓଡ଼ିଶୀ,ଲୋକନୃତ୍ୟ,ପେଣ୍ଟିଂ, ଯୋଗ, କିକ ବକ୍ସିଂ, କରାଟେ ଏବଂ ଟାଇକଣ୍ଡୋ ଭଳି ମାର୍ଶାଲ ଆର୍ଟ, ସ୍କେଟିଂ,ମ୍ୟୁଜିକଲ ଜୀମ ଆଦି ପ୍ରଦର୍ଶିତ ହୋଇଥିଲା।

ଛୁଟି ଦିନ ହୋଇଥିବାରୁ ବିଭିନ୍ନ ବର୍ଗର ଦର୍ଶକ ଏହାକୁ ଉପଭୋଗ କରୁଥିଲେ।ତେବେ କରୋନା କିମ୍ବା ଅନ୍ୟ କିଛି କାରଣରୁ ପୂର୍ବ ରାହଗିରି ଭଳି ଜନ ଗହଳି ଦେଖିବାକୁ ମିଳିନଥିଲା।

Share

Leave a Reply