ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ରିଜର୍ଭ ପୁଲିସ ପଡ଼ିଆରେ ଶୁକ୍ରବାର ୮୭ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଯାଇଛି। ଏହି ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ଡଃ ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଲିସ ବାହିନୀକୁ ଦକ୍ଷ ଏବଂ ନିରପେକ୍ଷ ହେବାକୁ ଆହ୍ବାନ ଦେଇଥିଲେ। ପୁଲିସ ହେଉଛି ଜନତାଙ୍କର। ତେଣୁ, ଲୋକଙ୍କର ଆସ୍ଥା ଭାଜନ ହେବା ସହିତ ସୁ-ସଂଗଠିତ ହୋଇ ସମାଜ ପାଇଁ କାମ କରିବାକ ଡଃ ଷଡ଼ଙ୍ଗୀ ପୁଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ଏସପି ଜଗମୋହନ ମୀନା ଉପସ୍ଥିତ ରହି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଏହି ଅବସରରେ ଜିଲ୍ଲାର ତିନି ଜଣ ପୁଲିସ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଅନୁଷ୍ଠିତ ପ୍ୟାରେଡ୍ରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ ।
୮୭ତମ ପୁଲିସ ପ୍ରତିଷ୍ଠା ଦିବସ
- Post published:April 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul