ଅନୁଗୁଳ: ସ୍ଥାନୀୟ ହେମସୁରପଡା ତଳ ସାହିରେ ଥିବା ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହେମସୁରପଡା ତଳ ସାହି ତଥା ଆଖପାଖ ଅଞ୍ଚଳର ଲୋକେ ଓଷା ବ୍ରତ ପାଇଁ ଏହି ପୁରୁଣା ପୋଖରୀକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ପୋଖରୀରେ ଗଛ ଲତା ମାଡ଼ି ଯିବା ସହ ଅପରିଷ୍କାର ହୋଇପଡ଼ିଛି, ଏଥିସହ କିଛି ପ୍ରଭାବ ଶାଳୀ ଲୋକ ଏହାକୁ କବଜା କରିଛନ୍ତି, ଏଣୁ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ପୋଖରୀର ପୁନରୁଦ୍ଧାର ହେଲେ ସ୍ଥାନୀୟ ବାସୀ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ବାସୀ କହିଛନ୍ତି।
ବ୍ରିଟିଶ ଅମଳର ପୋଖରୀର ପୁନରୁଦ୍ଧାର କରିବା ପାଇଁ ଉପଜିଲ୍ଲାପାଳଙ୍କୁ ନିବେଦନ
- Post published:May 11, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul