ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆମ ମେଡିକାଲ ଯୋଜନାର
ଅନ୍ତର୍ଭୁକ୍ତ ହେଲା। ନୂଆ ଲାଇଟ ବୋର୍ଡରେ ଝଲମଲ ହେଲା ଡାକ୍ତରଖାନା ପରିସର । କିନ୍ତୁ ସ୍ୱାସ୍ଥ୍ୟ ସେବା କଥା ଯାହା ହେଉନା କାହିଁକି ନିରାପତ୍ତା ବ୍ୟବସ୍ଥା ଏତେ ହୁଗୁଳ। ଯେ ନକହିବା ଭଲ। ଗତ ୧୩ ତାରିଖରେ
ଘଟିଥିବା ଗୋଟିଏ ଘଟଣାରୁ ଏହା ପ୍ରମାଣିତ ହୋଇଛି।
ଜରପଡା ଥାନା ଦୁର୍ଗାପୁର ଗାଁର ବିପିନ ଗୋଛାୟତ ନିଜ ଭାଉଜଙ୍କୁ ରାତି ପ୍ରାୟ ସାଢ଼େ ଏଗାରଟା ବେଳକୁ ଅନୁଗୁଳ ଡାକ୍ତର ଖାନା ଆଣି ୱାର୍ଡରେ ଭର୍ତି କରାଇ ଥିଲେ। ଏହାପରେ ବିପିନ ବ୍ଲଡ଼ ବ୍ୟାଙ୍କ ସାମନା ଏକ ପିଣ୍ଡିରେ ବିଶ୍ରାମ ନେଉଥିବା ବେଳେ ଆଖି ଲାଗି ଯିବାରୁ ସେ ଶୋଇ ପଡ଼ିଥିଲେ। ଭୋରରୁ ଉଠି ଦେଖିଲେ ତାଙ୍କ ପ୍ୟାଣ୍ଟ ପକେଟରୁ କେହି ପର୍ସ ନେଇଯାଇଛି।ସେଥିରେ ୭ ହଜାର ୩୦୦ ଶହ ଟଙ୍କା ସମେତ ଏଟିଏମ କାର୍ଡ ଓ ଅନ୍ୟାନ୍ୟ କାଗଜ ଥିଲା। ପ୍ରଶ୍ନ ଉଠୁଛି ରାତି ସାରା ସିକ୍ୟୁରୀଟି ଗାର୍ଡ ବୁଲୁ ଥିବାବେଳେ କେମିତି ପକେଟ ମାର ହେଲା ତାହା ଚିନ୍ତାର ବିଷୟ ହେଇଚି। ଏ ସମ୍ପର୍କରେ ବିପିନ ଥାନାରେ ଅଭିଯୋଗ କରିଥିବାଜ ଣାଇଛନ୍ତି।