ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬ ତାରିଖ ରାତିରେ
ଚୋରି ହୋଇଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ବେହେରା ଉକ୍ତ ଦିନ ରାତିରେ ଗାଡ଼ି ନଂ ଓଡ଼ି ୧୯ ଏ ୩୭୦୬ ଟିକୁ ଘର ସମ୍ମୁଖରେ ରଖିଥିଲେ। ସକାଳୁ ଉଠି ଦେଖିଲା ବେଳକୁ ଗାଡି ନ ଥିଲା। ଅନୁସନ୍ଧାନରୁ ଜଣାପଡ଼ିଲା କେହି ଜଣେ ଦୃର୍ବୁତ୍ତ ରାତିରେ ଗାଡିଟିକୁ ଚୋରି କରିନେଇଛି। ସିସି ଟିଭିରେ ଗାଡି ନେଇ ଯାଉଥିବାର ଦୃଶ୍ୟ କଏଦ୍ ହୋଇଛି। ପୋଲିସ ଖବରପାଇ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।
ଗାନ୍ଧୀମାର୍ଗରୁ ପିକ୍ଅପ୍ ଭ୍ୟାନ୍ ଚୋରି
