ଆଜି ଆକାଶରେ ନଜର ଆସିବ ‘ଗୋଲାପୀ ଜହ୍ନ’, ଜାଣନ୍ତୁ କେତେବେଳେ ଦେଖିପାରିବେ ଏହି ଦୁର୍ଲ୍ଲଭ ଦୃଶ୍ୟ

You are currently viewing ଆଜି ଆକାଶରେ ନଜର ଆସିବ ‘ଗୋଲାପୀ ଜହ୍ନ’, ଜାଣନ୍ତୁ କେତେବେଳେ ଦେଖିପାରିବେ ଏହି ଦୁର୍ଲ୍ଲଭ ଦୃଶ୍ୟ

ଭୁବନେଶ୍ବର/ଅନୁଗୁଳ : ଆଜି ଆକାଶରେ ଦେଖାଯିବ ‘ଗୋଲାପୀ ଚନ୍ଦ୍ର’। ନାସା ସୂଚନା ମୁତାବକ, ଆଜି ପୂର୍ବାଞ୍ଚଳରେ ୨ଟା ୫୫ ମିନିଟରେ ମାତ୍ର କେଇ ସେକେଣ୍ଡ ପାଇଁ ଗୋଲାପୀ ଜହ୍ନ ଦୃଶ୍ୟମାନ ହେବ। ବସନ୍ତ ଋତୁରେ ଫୁଟୁଥିବା ଏକ ପ୍ରକାରର ଗୋଲାପୀ ରଙ୍ଗର ଫୁଲ ନାଁ ଅନୁସାରେ ଏପ୍ରିଲ ମାସର ପୂର୍ଣ୍ଣ ଜହ୍ନକୁ ଗୋଲାପୀ ଚନ୍ଦ୍ର କୁହାଯାଏ।

ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ୩ ଦିନ ଯାଏଁ ଏହା ପୂର୍ଣ୍ଣ ସ୍ୱରୂପରେ ନଜର ଆସିବ। ପ୍ରକାଶ ଯେ ସୂର୍ଯ୍ୟ , ପୃଥିବୀ ଓ ଚନ୍ଦ୍ର ଯେତେବେଳେ ୧୮୦ ଡିଗ୍ରୀ ରେଖାରେ ଅବସ୍ଥାନ କରନ୍ତି, ସେତେବେଳେ ଏହି ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହୋଇଥାଏ।

Share

Leave a Reply