ଅନୁଗୁଳ: ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାକୁ ସବୁଜୀକରଣ କରିବାକୁ ଆଗେଇ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନରେ ସଙ୍ଗଠନ ପକ୍ଷରୁ ଅନୁଗୁଳ ବ୍ଲକ୍ ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଗୁହିରାପଶି ସ୍ଥିତ ମା’ ସନ୍ତୋଷୀ ମନ୍ଦିର ପରିସରରେ ୨୦ଟି ଚାରାରୋପଣ କରାଯାଇଛି। ସଙ୍ଗଠନର ସଭାପତି ଦିନେଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଙ୍ଗଠନର କର୍ମକର୍ତ୍ତା ସନ୍ତୋଷ କୁମାର ପ୍ରଧାନ, ତପନ ଦାସ, ଗଣେଶ୍ୱର ସାହୁ, ମୃତ୍ୟୁଞ୍ଜୟ ସାହୁ, ସୁବ୍ରତ ବେହେରା, ପ୍ରଦ୍ୟୁମ୍ନ ସାହୁ, ସଞ୍ଜିତ୍ ସାହୁ, ବିକାଶ ଦ୍ବିବେଦୀ, ଶରତ ପ୍ରଧାନ ଓ ବିଭୂତି ପ୍ରଧାନ ପ୍ରମୁଖ ସାମିଲ ଥିଲେ। ସଙ୍ଗଠନ ପକ୍ଷରୁ ହଜାରେରୁ ଊର୍ଦ୍ଧ୍ବ ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି ।
‘ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ
- Post published:June 27, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
