ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଔଷଧୀୟ ବୃକ୍ଷରୋପଣ

You are currently viewing ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଔଷଧୀୟ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର” ମରାତିରା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଶନିବାର ସଭାପତି ଭୀଷ୍ମ ସାହୁ ଓ ସମ୍ପାଦକ ହୋମଦ୍ୟୁତି ବେହେରା ତତ୍ତ୍ୱାବଧାନରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଲବଙ୍ଗ, ଅଁଳା, ଜନ୍ମ, ଅଶ୍ଵଗନ୍ଧା, ଗୁଡୁମା, ପିପିଲି, ଗୋଟଖରିକା, ପିଜୁଳି, ପାନ, ଅମୃତଭଣ୍ଡା, ପିସ୍ତା ବାଦାମ, ଘିକୁଆଁରୀ, କଳା ତୁଳସୀ ଭଳି ଗଛ ରୋପଣ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇପ୍ସିତା ନନ୍ଦ, ସଞ୍ଜୀବ କୁମାର ସାହୁ, ଖୋକା ଗୋଛାୟତ, ଦୀପା ଗୋଛାୟତ, ସରୋଜ କୁମାର ଗୋଛାୟତ ଓ ଦିବ୍ୟଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମ୍ୟକାନ୍ତ ସାମଲ, ଅନନ୍ତ ସାହୁ, ଲିଟୁନ କୁମାର ସାହୁ ସହଯୋଗ କରିଥିଲେ।

Share

Leave a Reply