ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଶୁକ୍ରବାର ଅପରାହ୍ନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ା ଏସ୍ ଏନ୍ ସୁବା ରାଓଙ୍କ ପରଲୋକରେ ଏକ ଶୋକ।ସଭା ଆୟୋଜିତ ହୋଇଯାଇଛି।ସ୍ବେଚ୍ଛା ସେବୀ ସୂର୍ଯ୍ୟନାରାୟଣ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ,କଲ୍ୟାଣ କିଶୋର ମହାନ୍ତି,ଦେବ ବ୍ରତ ମହାନ୍ତି,ଆଦ୍ୟାଶ୍ଳୋକ ମିଶ୍ର,ବିଦ୍ୟା ନାୟକ,ପର୍ଶୁରାମ ଦାଶ, ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଯୋଗ ଦେଇ ସୁବା ରାଓଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।ସୁବା ରାଓଙ୍କ ସଂଗ୍ରାମ,ଗାନ୍ଧିବାଦୀ ଚିନ୍ତାଧାରା ,ନିଶାମୁକ୍ତି ଆନ୍ଦୋଳନ,ଚମ୍ବଲ ଦସ୍ୟୁଙ୍କ ମନ ପରିବର୍ତନ କରାଇ ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଆଦି କାର୍ଯ୍ୟ ଉପରେ ବକ୍ତାମାନେ ଆଲୋଚନା କରିଥିଲେ।ସ୍ବର୍ଗତ ସୁବା ରାଓଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।
ପଦ୍ମଶ୍ରୀ ସୁବା ରାଓଙ୍କ ପରଲୋକରେ ଶୋକ ସଭା
- Post published:October 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


