ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

You are currently viewing ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ। ଯେଉଁ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଏଗ୍ରିଗେଟ୍‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍‌ ହୋଇଥିବେ, ସେମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବେ। ଆଜି ଅର୍ଥାତ୍ ଜୁନ୍ ୧୧ ରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେଉଛି।

ତେବେ ଆସନ୍ତା ୧୨ ତାରିଖ ତଥା ବୁଧବାର ଦିନ ଏହି ଆବେଦନର ଶେଷ ତାରିଖ ରହିଛି। ଏହା ପରେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିବେ। ସେହିପରି ଆସନ୍ତା ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦ ତାରିଖରେ ଆଡମିଟ୍‌ କାର୍ଡ ମିଳିବ। ପରୀକ୍ଷାର ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତବର୍ଷ ପ୍ରାୟ ୧୫ ଶହ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।

ସୂଚାନଯୋଗ୍ୟ ଯେ ଏହି ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଗତ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହୋଇଥିଲା।

Share

Leave a Reply