ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ସେବା ସମବାୟ ସମିତି ମହିଳାଙ୍କୁ ଋଣ ଦେଉ ନଥିବା ନେଇ ଅଭିଯୋଗ ହୋଇଛି। ଶତାଧିକ ମହିଳା ଏକାଠି ହୋଇ ଏନେଇ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ପୋକତୁଙ୍ଗା, ଧୋକୁଟା ଓ ନନ୍ଦପୁର ପଞ୍ଚାୟତରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ସେମାନେ ପୂର୍ବରୁ ନେଇଥିବା ଋଣ ଟଙ୍କା ସୁଝି ସାରିଛନ୍ତି। ୧୦ ମାସ ହେବ ମହିଳା ମାନେ ଋଣ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଋଣ ମିଳୁ ନାହିଁ। ଏନେଇ ଆଜି ଶତାଧିକ ମହିଳା ଏକାଠି ହୋଇ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।