କଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

You are currently viewing କଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

ଅନୁଗୁଳ: କଲେଜ ପଢୁଆ ଛାତ୍ରୀଙ୍କୁ ନେଇ ସରପଞ୍ଚ ଛୁ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି ଦେଉନଥିଲେ। ଏଣୁ ସରପଞ୍ଚ ଜଣକ ପ୍ରେମିକାଙ୍କୁ ନେଇ ଫେରାର ହୋଇଥିବା କୁହାଯାଉଛି। ତେବେ ସରପଞ୍ଚ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ହୋଇଥିବାରୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ସରପଞ୍ଚଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଛି।

ସୂଚନା ଅନୁସାରେ, ଛାତ୍ରୀଜଣଙ୍କ ଘର ବଅଁରପାଳ ବ୍ଲକ୍‌ରେ ହୋଇଥିଲେ ମଧ୍ୟ ସେ ବନ୍ତଳା ଅଞ୍ଚଳରେ ଥିବା ତାଙ୍କ ମାମୁ ଘରେ ରହି ପଢ଼ୁଥିଲେ। ସେହି ଗାଁରେ ଏହି ସରପଞ୍ଚଙ୍କ ଘର। ଗୋଟିଏ ଅଞ୍ଚଳର ହୋଇଥିବାରୁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା | କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ବିବାହ ପାଇଁ ପରିବାର ଲୋକେ ରାଜି ହୋଇ ନଥିଲେ। ତଥାପି ଦୁହେଁ ଅଲଗା ହେବାକୁ ଚାହିଁ ନ ଥିଲେ। ଘର ଲୋକ ବିରୋଧ କରୁଥିବାରୁ ସେମାନେ ଘର ଛାଡ଼ି କୁଆଡ଼େ ଫେରାର୍ ହୋଇଯାଇଛନ୍ତି। ସେମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ନିକଟ ସଂପର୍କୀୟ କହୁଥିବା ଜଣାଯାଇଛି।

Share

Leave a Reply