ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍ ଗଲା ଦିଅର

You are currently viewing ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ୍ ଗଲା ଦିଅର

ଅନୁଗୁଳ : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଚନ୍ଦ୍ର ବାହାଳ ଗାଁରେ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଦିଅରକୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ବୁଲେଶ ପ୍ରଧାନ (୨୫)ଙ୍କ ପରିବାରରେ ଦୀର୍ଘଦିନ ହେଲାଣି ଜମି ବିବାଦ ଲାଗି ରହିଛି। ଏହି ଜମିଜମା ବିବାଦକୁ କେନ୍ଦ୍ର କରି ବୁଲେଶ୍ ଓ ତାଙ୍କ ଭାଉଜ ମଧ୍ୟରେ ଶନିବାର ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବୁଲେଶ ତାଙ୍କ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କୁନିଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଥିଲା। ଏ ନେଇ ରବିବାର କୁନି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦିଅରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Share

Leave a Reply