ଜନ ସଂଖ୍ୟା ବୃଦ୍ଧି ହାତୀ ମଣିଷ ବିବାଦର ମୁଖ୍ୟ କାରଣ

0

ଅନୁଗୁଳ: ଜନସଂଖ୍ୟା ବୃଦ୍ଧି ଏବଂ ହାତୀଙ୍କ ଆବାସସ୍ଥଳୀ ନଷ୍ଟ ଯୋଗୁଁ ହାତୀ ମଣିଷ ବିବାଦ କ୍ରମାଗତ ବଢ଼ିଚାଲିଛି। ଭୁବନେଶ୍ବର ସୁଚନଭବନ୍ ଠାରେ ଏକ କର୍ମଶାଳାରେରେ ଯୋଗ ଦେଇ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ (ସ୍ଵାଧୀନ) ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ।

ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପରିବର୍ତ୍ତିତ ପରିସ୍ଥିତିରେ ହାତୀ ମଣିଷ ବିବାଦ ଏକ ଆହ୍ବାନ ନାମକ ଏହି କର୍ମଶାଳା ରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେକି ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରୀକରଣ ବଢ଼ୁଚି,ଫଳରେ ହାତୀର ଆବାସ ନଷ୍ଟ ହେଉଛି ଏବଂ ହାତୀ ଗାଁ ଓ ସହର ମୁହାଁ ହେଉଛନ୍ତି। ଆମକୁ ଏଥିପ୍ରତି ସତର୍କ ହେବାକୁ ପଡ଼ିବ । ସମ୍ମାନିତ ଅତିଥି ଭାବେ ବନ୍ୟପ୍ରାଣୀ ପିସିସିଏଫ୍ ପି.କେ ଝା ଏବଂ ପିସିସିଏଫ୍ (ସାଧାରଣ) ଦେବିଦତ୍ତ ବିଶ୍ଵାଳ ଯୋଗ ଦେଇ ହାତୀ ମଣିଷ ବିବାଦ ଏବେ ପରିବେଶ ସଙ୍କଟ ଭାବେ ଉଭା ହୋଇଛି ଏବଂ ସରକାରଙ୍କ ପକ୍ଷରୁ ଏହି ବିବାଦକୁ ହ୍ରାସ ପାଇଁ ସବୁମନ୍ତେ ଉଦ୍ୟମ ହେଉଛି ବୋଲି ସେମାନେ ପ୍ରକାଶ କରିଥିଲେ ।

ଗତ ୧୨ ବର୍ଷ ମଧ୍ୟରେ ଏକ ହଜାର ହାତୀ ମରିଥିବା ବେଳେ ରାଜ୍ୟରେ ହାତୀ ଆକ୍ରମଣରେ ୧୫୦୦ ଲୋକ ମରିଥିବା କୁହା ଯାଉଛି। ସେହିଭଳି ଗତ ପାଞ୍ଚ ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୫୫ ରୁ ଅଧିକ ହାତୀ ମରିଥିବା ବେଳେ ୫୯ ରୁ ଅଧିକ ଲୋକ ମରିଛନ୍ତି। ସୋଲାର ବାଡ଼,ମହୁମାଛି ଚାଷ, ଟ୍ରେଞ୍ଚ ଖନନ, ସାଇରନ୍ ଆଦି ବ୍ୟବସ୍ଥା ଦ୍ଵାରା ହାତୀ ମଣିଷ ବିବାଦକୁ କମ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.

error: Content is protected !!