ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଓ ବଅଁରପାଳ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମିଲେଟ୍ ପୃଷ୍ଟିକୁ ପ୍ରାଧାନ୍ୟ ଦେବା, ସୁସ୍ଥ ବାଳକ ବାଳିକା, ସକ୍ଷମ ଅଙ୍ଗନୱାଡି କେନ୍ଦ୍ର ଓ କୁପୋଷଣ ଦୂରୀକରଣ ଉଦ୍ଦେଶ୍ୟରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ସାଇକେଲ ଓ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ବାହାରି ସହର ସାରା ସଚେତନ ପରିକ୍ରମା କରାଯାଇଛି। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ ପୂର୍ଣ୍ଣମାସୀ ରଥ, ଜିଲ୍ଲା ସଂଯୋଜକ (ମମତା) ତାପସ କୁମାର ପାଣି, ଜିଲ୍ଲା କାର୍ଯ୍ୟକ୍ରମ ସହାୟକ (ମିଶନ ଶକ୍ତି) ଟାର୍ଜନ ବେହେରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରୀ ଡା ଦିଲ୍ଲୀପ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମେନା ଜେଠୱାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କର୍ଣ୍ଣ ମୁର୍ମୁ ପରିଚାଳନା କରିଥିଲେ।
ଅନୁଗୁଳରେ ପୋଷଣ ପକ୍ଷ ପାଳନ: ସହର ପରିକ୍ରମା କରି ସଚେତନ କଲେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ
- Post published:March 29, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul