ଅନୁଗୁଳ: ଶୁକ୍ରବାର ଅନୁଗୋଳ ପ୍ରଧାନ ଡାକଘର ତରଫରୁ ଏକ ପୋଷ୍ଟ ଫୋରମ୍ ଅଧିବେଶନ ଡାକପାଳ ଶ୍ରୀମତୀ ମମତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଅବସରପ୍ରାପ୍ତ ଉପ ଡାକପାଳ ଶ୍ରୀଯୁକ୍ତ ବିମଳ କୁମାର ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ, ବିଶିଷ୍ଟ ଟିକଟ ସଂଗ୍ରହକାରୀ ଶ୍ରୀଯୁକ୍ତ ତ୍ରେତାନନ୍ଦ ସାମନ୍ତ, ଯୁବ ଆଇନଜୀବୀ ସଞୟ କୁମାର ମହାପାତ୍ର, ସାମ୍ବାଦିକ ବିଶ୍ବରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଡାକ ବିଭାଗର ବିଭିନ୍ନ ଦିଗ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ । ଡାକପାଳ ଶ୍ରୀମତୀ ମମତା ପଣ୍ଡା ଓ ଉପ ଡାକପାଳ ଶ୍ୟାମଳେନ୍ଦୁ ବେହେରା ଡାକଘରର ବିଭିନ୍ନ ସେବା ବିଶେଷ କରି ମହିଳା ସମ୍ମାନ ସନ୍ଚୟ ପତ୍ର ଓ ସୁକନ୍ୟା ସମୃଦ୍ଧି ଯୋଜନା ବିଶୟରେ ଅବଗତ କରାଇବା ସହିତ ତତସଂପର୍କିତ ପ୍ରଚାର ପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀଙ୍କ ଅବଗତି ନିମନ୍ତେ ଡାକ ସଚେତନତା ଶିବିର ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ । ଡାକଘର ର ସମ୍ମୁଖ ଭାଗର ସୌନ୍ଦର୍ଯ୍ୟକରଣ କରା ଯାଇଥିବାରୁ ସମସ୍ତ ସଦସ୍ଯ ଖୁସି ବ୍ଯକ୍ତ କଲେ ।ଯୁବ ଆଇନଜୀବୀ ଶ୍ରୀଯୁକ୍ତ ମହାପାତ୍ର ଅନୁଗୋଳ କୋର୍ଟ ପରିସରରେ ଏକ ନୂତନ ଡାକଘର ନିର୍ମାଣ କରିବାକୁ ପ୍ରସ୍ତାବ ଦୋହରାଇଥିଲେ । ଶ୍ରୀଯୁକ୍ତ ସାମନ୍ତ ଅନୁଗୁଳରେ ଏକ ଡାକ ମଣ୍ଡଳ ଓ ପାସପୋର୍ଟ ସେବା ପ୍ରଚଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ଅନ୍ୟ ସମସ୍ତ ସଦସ୍ଯ ଏହାକୁ ସମର୍ଥନ କରିଥିଲେ । ସର୍ବ ଶେଷରେ ବ୍ୟବସାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁଜିତ କୁମାର ଦେହୁରୀଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।
ଅନୁଗୁଳ ପ୍ରଧାନ ଡାକଘରର ପୋଷ୍ଟ ଫୋରମ୍ ଅଧିବେଶନ
- Post published:February 4, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul