ପୋଷ୍ଟାଲ ସମୟ ସୀମା ବଢିଲା: ଏଣିକି ରାତି ୮ ଟା ଯାଏ ଗ୍ରାହକ ପାଇବେ ସୁବିଧା

You are currently viewing ପୋଷ୍ଟାଲ ସମୟ ସୀମା ବଢିଲା: ଏଣିକି ରାତି ୮ ଟା ଯାଏ ଗ୍ରାହକ ପାଇବେ ସୁବିଧା

ଅନୁଗୁଳ: ପୋଷ୍ଟାଲ୍ ରେଗୁଲେଶନ ଆକ୍ଟ୍ ଅନୁସାରେ ସମ୍ବଲପୁର ଆଞ୍ଚଳିକ ଡାକ ଆର୍ ଓ ଅଫିସର ନିର୍ଦ୍ଦେଶ କ୍ରମେ ତଥା ଢେଙ୍କାନାଳ ଡାକ ଡିଭିଜନର ଅନୁମୋଦନ କ୍ରମେ ଚଳିତ ୧୮ ତାରିଖ ଠାରୁ ଅନୁଗୁଳ ମୁଖ୍ୟ ଡାକ ଘରେ ରାତ୍ରି କାଳୀନ ସେବା ପ୍ରଦାନ କରାଯାଉଛି। ଡ଼ାକ ସେବାର ସମୟ ସୀମା ସକାଳ ୯:୩୦ ମିନିଟରୁ ଆରମ୍ଭ ହୋଇ ରାତି ୮ ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ।ଲୋକେ ଏଣିକି ସ୍ପିଡ ପୋଷ୍ଟ, ରେଜିଷ୍ଟ୍ରି, ପାର୍ଶଲ୍ ରାତିରେ ମଧ୍ୟ କରି ପାରିବେ।

ପୋଷ୍ଟ ଅଫିସ କାରବାର ବୃଦ୍ଧି ରେ ଏହା ସହାୟକ ହେବ। ଚିଠି ବ୍ୟାଗ୍ ପଠାଇବାର ସମୟ ସୀମା ଆନୁଷଙ୍ଗିକ ଭାବେ ପରିବର୍ତ୍ତନ କରାଯାଇଛି। ଡାକ ବିଭାଗର ଏହି ପରିବର୍ତ୍ତନ ଫଳରେ ଗ୍ରାହକ ମାନେ ସୁବିଧାରେ ଡାକ ସୁବିଧା ପାଇ ପାରିବେ।

Share

Leave a Reply