ଅନୁଗୁଳ: ଅନୁଗୁଳ ପୁଲିସ୍ରେ ଶନିବାର ଇନ୍ସପେକ୍ଟର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ସଦର ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଅନୁଗୁଳ ଟାଉନ୍ ଥାନାର ଦାୟିତ୍ବ ମିଳିଛି। ସେହିପରି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ସଦର ଥାନାରେ ଅବସ୍ଥାପିତ କରାଯାଇଛି । କିଛି ଦିନ ତଳେ ଶ୍ରୀ ରାଉତଙ୍କ ଅନୁଗୁଳ ଟାଉନ୍ ଥାନା ଅଧିକାରୀ ଭାବେ ବଦଳି ହୋଇଥିଲା। ମାତ୍ର ଟାଉନ୍ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ଏପର୍ଯ୍ୟନ୍ତ ଥାନା ଛାଡ଼ି ନଥିବା ବେଳେ ସତ୍ୟବ୍ରତଙ୍କ ପୂର୍ବ ବଦଳି ଆଦେଶରେ ପରିବର୍ତନ କରିଛନ୍ତି ଏସ୍ପି। ତାଙ୍କୁ ସଦର ଥାନା ଅଧିକାରୀ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଥିବା ଶ୍ରୀନିବାସ ସେଠୀଙ୍କ ତାଳଚେର ଥାନା ଅଧିକାରୀ ଭାବେ ବଦଳି ହୋଇଛି।
ପ୍ରଭାତ ତ୍ରିପାଠୀଙ୍କୁ ଅନୁଗୁଳ ଥାନା ଦାୟିତ୍ବ
- Post published:November 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul