ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସର ନୂଆ ସଭାପତି ହେଲେ ପ୍ରଦ୍ୟୁମ୍ନ ସାହୁ

You are currently viewing ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସର ନୂଆ ସଭାପତି ହେଲେ ପ୍ରଦ୍ୟୁମ୍ନ ସାହୁ

 

ଅନୁଗୁଳ: ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ତିନୋଟି ଜିଲ୍ଲାର ନୂତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି। ଏ ଅବସରରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ଛାତ୍ର ନେତା ପ୍ରଦ୍ୟୁମ୍ନ ସାହୁଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ପ୍ରଦ୍ୟୁମ୍ନ ଜିଲ୍ଲା ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଓ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି।

ଏହି ଦାୟିତ୍ୱ ପାଇବା ପରେ ସେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ପ୍ରଭାରୀ କହ୍ନେୟା କୁମାର, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀ, ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ତଥା ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଚୁନୁ ସିଂ , ଓଡିଶା ପ୍ରଦେଶଛାତ୍ର କଂଗ୍ରେସ ସଭାପତି ୟାସିର ନବାଜ ଓ ଅନୁଗୁଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସଂଗ୍ରାମ ମିଶ୍ର, ପୂର୍ବତନ କାଉନସିଲର ବଲବୀର ସିଂ, ଯୁବ ନେତା ବିମଳ ବେହେରା ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀଙ୍କୁ କୂତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଦେଇଛନ୍ତି।

Share

Leave a Reply