ଅନୁଗୁଳ: ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି କ୍ୟାବ୍ ସର୍ଭିସ। ସୁରକ୍ଷିତ ତଥା କମ୍ ଖର୍ଚ୍ଚରେ ସହଜରେ ଯାତାୟାତ ପାଇଁ ଶିଳ୍ପ ସହର ଅନୁଗୁଳରେ ଗଡ଼ିବ ପ୍ରଗତୀ କ୍ୟାବ୍। ରାଜ୍ୟର ବଡ଼ ବଡ଼ ସହର ବିଶେଷ କରି ଟ୍ଵିନ ସିଟିରେ ଏହି ସେବା ଉପଲବ୍ଧ ଅଛି। ଏବେ ଛୋଟ ଜିଲ୍ଲାରେ ଏହା ଉପଲବ୍ଧ ହେବ। ଫଳରେ ଲୋକମାନେ ସହଜରେ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରିବେ।
ତେବେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ସୁସୁଡା ସ୍ଥିତ କଲ୍ୟାଣ ମଣ୍ଡପରେ ପ୍ରଗତୀ କ୍ୟାବ୍ ସର୍ଭିସର ଉଦଘାଟନ ହୋଇଛି। ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅନୁଗୁଳର ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ପ୍ରତାପ ପ୍ରଧାନ,ଗଣେଶ ଟେଣ୍ଟ ହାଉସର ମୁଖ୍ୟ ଗଣେଶ୍ବର ମିଶ୍ର, ପ୍ରଗତୀ କ୍ୟାବ୍ ସର୍ଭିସ୍ ରାଷ୍ଟ୍ରୀୟ ସିଇଓ ରାଧାକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେ କୌଣସି ଜାଗାରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏହି କ୍ୟାବ୍ ବୁକିଂ କରିପାରିବେ ବୋଲି ଅନୁଗୁଳ ପ୍ରଗତୀ କ୍ୟାବ୍ ସର୍ଭିସ୍ ମୁଖ୍ୟ ପଙ୍କଜ ମିଶ୍ର ପ୍ରକାଶ କରିଛନ୍ତି। ଏହାର ବ୍ୟବହାର ନିମନ୍ତେ ପ୍ଲେ ଷ୍ଟୋରରୁ Pragati Cab ଆପ୍ ଡାଉନଲୋଡ୍ କରି ସେବାର ସୁଯୋଗ ନେଇପାରିବେ। ଏଥିସହ 9777066371, 7008542355 ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ ବୋଲି ପଙ୍କଜ ମିଶ୍ର କହିଛନ୍ତି।
ଏହି କାର୍ଯ୍ୟକ୍ରମକୁ ପତଞ୍ଜଳି ଯୋଗ ସମିତି ସଭାପତି ଅଭୟ ରାୟ ପରିଚାଳନା କରିଥିବା ବେଳେ ବିଜୟ ମିଶ୍ର ଉପସ୍ଥିତ ଗାଡି ମାଲିକ ଓ ଚାଳକ ମାନଙ୍କୁ କ୍ୟାବ୍ ସମ୍ପର୍କରେ ପ୍ରୋଜେକ୍ଟର ସାହାଯ୍ୟରେ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମରେ ପର୍ଶୁରାମ ଦାଶ ଓ ଉତ୍ତାନପାଦ ମହାପାତ୍ର ସହଯୋଗ କରିଥିବା ବେଳେ ଗଣେଶ ଟେଣ୍ଟ ହାଉସ୍ ପ୍ରୋପାଇଟର୍ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।