ଅନୁଗୁଳ : ଅନୁଗୁଳ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅବଦୁଲ ଅଖତର, ଆର.ସି.ସି.ଏଫ ସୁଧାଂଶୁ ଶେଖର ଖୋରା ଏବଂ ଡି.ଏଫ.ଓ ନୀତିଶ କୁମାର ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି।
ବଅଁରପାଳ ବ୍ଲକରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ସର୍ବୋତ୍କୃଷ୍ଟ ବିବେଚିତ ହୋଇଥିବା ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର” ଙ୍କୁ ପ୍ରକୃତି ମିତ୍ର ଓ ସୁଶାନ୍ତ କୁମାର ଦାସଙ୍କୁ ପ୍ରକୃତି ବନ୍ଧୁ ଦ୍ଵାରା ସମ୍ମାନିତ କରାଯାଇ ପ୍ରୋତ୍ସାହନ ରାଶି ପୁରସ୍କୃତ କରାଯାଇଛି।
ଏ ଅବସରରେ ଅତିଥିମାନେ କହିଥିଲେ, ମଣିଷ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଆବଶ୍ୟକ। ସେହି ପରିବେଶ ପାଇଁ ଜଙ୍ଗଲ ନିତାନ୍ତ ଆବଶ୍ୟକ। ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ଓ ମଣିଷ ସମାଜର ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ଜଙ୍ଗଲ ଓ ଜୀବଜନ୍ତୁ ଆଜି ଅସୁରକ୍ଷିତ। ସେମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଜଙ୍ଗଲ ସୃଷ୍ଟି ନିତାନ୍ତ ଆବଶ୍ୟକ।
କାର୍ଯ୍ୟକ୍ରମରେ ସଭାପତି ଭୀଷ୍ମ ସାହୁ, ସମ୍ପାଦକ ହୋମଦ୍ୟୁତି ବେହେରା, ସଂଯୋଜକ ଲିଟୁନ ସାହୁ, ସୁଶାନ୍ତ କୁମାର ଦାସ ଓ ଲୋହିତ ନାରାୟଣ ବେହେରା ଉପସ୍ଥିତ ଥିଲେ।